ଫାଇଜର ଭ୍ୟାକ୍ସିନକୁ ଆମେରିକାର ଅନୁମତି

ନୂଆଦିଲ୍ଲୀ: ବ୍ରିଟେନ, ବହରୀନ ଓ କାନାଡ଼ା ପରେ ଆମେରିକା ଫାଇଜର ଭ୍ୟାକ୍ସିନକୁ ଅନୁମତି ପ୍ରଦାନ କରିଛି। ୟୁଏସ୍ ଫୁଡ୍ ଏଣ୍ଡ ଡ୍ରଗ ଏଡମିନିଷ୍ଟ୍ରେସନ (ଏଫ୍ଡିଏ) ଦ୍ୱାରା ଫାଇଜର ଓ ବାୟୋଏନଟେକ୍ ପ୍ରସ୍ତୁତ କରିଥିବା ଟିକାକୁ ଜରୁରୀକାଳୀନ ଅନୁମତି ମିଳିଯାଇଛି। ଏଫଡିଏ ଆୟୁକ୍ତ ଡା.ଷ୍ଟୀଫନ ହେନ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଖୁବଶୀଘ୍ର ସ୍ୱାସ୍ଥ୍ୟକର୍ମୀ ଓ ନର୍ସିଂ ହୋମ୍ କର୍ମଚାରୀଙ୍କୁ ଦିଆଯିବ।

ସୂଚନାଯୋଗ୍ୟ, ହ୍ୱାଇଟ ହାଉସର ମୁଖ୍ୟ ଷ୍ଟାଫ ମାର୍କ ମୀଡୋଜ ଫାଇଜର ଭ୍ୟାକ୍ସିନକୁ ଅନୁମତି ପ୍ରଦାନ ନକଲେ ଇସ୍ତଫା ଦେବା ପାଇଁ ଏଫଡିଏର ମୁଖ୍ୟଙ୍କୁ ଧମକ ଦେଇଥିଲେ।