ୟୁପି ହିଂସା ମାମଲାରେ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୨୩୭ ଗିରଫ

ଉତ୍ତରପ୍ରଦେଶ: ସମଗ୍ର ଦେଶରେ ଜୁମା ନମାଜ ପରେ ହୋଇଥିବା ହିଂସାକୁ ନେଇ ଏବେ ୟୁପି ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି କ୍ରମରେ ହିଂସା ଓ ପଥର ମାଡ଼ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୩୭ ଜଣଙ୍କୁ ଗିରଫ କରାଯାଇଛି । ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡ ଜାଭେଦ ଅହମ୍ମଦଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ରାଜ୍ୟର ୯ଟି ଜିଲ୍ଲାରେ ଅଭିଯୁକ୍ତଙ୍କ ବିରୋଧରେ ୧୩ଟି ମାମଲା ରୁଜୁ ହୋଇଛି ।

ପୁଲିସର କହିବାନୁସାରେ, ଅସାମାଜିକ ତତ୍ତ୍ୱ ଓ ପୁଲିସ ଉପରେ ପଥର ମାଡ଼ କରିବା ଲାଗି ନାବାଳିକ ପିଲାଙ୍କୁ ବ୍ୟବହାର କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ୨୯ ଗୁରୁତ୍ୱପୂର୍ଣ୍ଣ ଧାରା ଅନ୍ତର୍ଗତ ମାମଲା ଦାୟର ହୋଇଛି ।