ଲକ୍ଷ୍ନୌ,ଏଜେନ୍ସି: ଉତ୍ତର ପ୍ରଦେଶରେ ଖୁବ ଶୀଘ୍ର ବରିଷ୍ଠ ମହିଳାଙ୍କୁ ଯୋଗୀ ସରକାର ବଡ଼ ଉପହାର ଦେବାକୁ ଯାଉଛନ୍ତି। ଖୁବ ଶୀଘ୍ର ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ମହଳା ଉତ୍ତର ପ୍ରଦେଶ ରୋଡ୍ୱେଜ୍ର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ସଂକଳ୍ପ ପତ୍ର ଅନୁସାରେ ବରିଷ୍ଠ ମହିଳାମାନଙ୍କୁ ରୋଡ୍ୱେଜ୍ର ବସ୍ରେ ମାଗଣାରେ ଯାତ୍ରା ସୁବିଧା ଦିଆଯିବ।
ବିଜେପି ନିଜର ସଂକଳ୍ପ ପତ୍ରରେ ବରିଷ୍ଠ ନାଗରିକ ମହିଳାଙ୍କ ଲାଗି ରୋଡୱେଜ୍ରେ ମାଗଣାରେ ବସ ଯାତ୍ରା କରାଇବାକୁ ପ୍ରତିଶ୍ରୁତି ଦେଇଥିଲା। ଏବେ ଏହି ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି। କୁହାଯାଉଛି ଯେ, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ମହିଳାମାନେ ଖୁବ ଶୀଘ୍ର ମାଗଣାରେ ବସ୍ ଯାତ୍ରା ସୁବିଧା ପାଇପାରିବେ। ସରକାରଙ୍କ ଏହି ଯୋଜନାରେ ବାର୍ଷିକ ୨୬୪ ଟଙ୍କା ଖର୍ଚ୍ଚ ହେବ। ପରିବହନ ନିଗମ ଏହାର ପ୍ରସ୍ତାବ ପ୍ରସ୍ତୁତ କରି ଶାସନକୁ ପଠାଇଛି।