ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ଆଜି ପରଲୋକ ହୋଇଯାଇଛି। ୮୯ ବର୍ଷୀୟ ଆନନ୍ଦ ସିଂ ବିଷ୍ଟ ଦିଲ୍ଲୀର ଏମସରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ଥିଲା। ସେ ଗତ କିଛି ଦିନ ଧରି ଭେଣ୍ଟିଲେଟରରେ ଥିଲେ ଏବଂ ସୋମବାର ସକାଳ ୧୦ଟା୪୦ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି।
ପିତାଙ୍କ ଦେହାନ୍ତ ସମ୍ପର୍କରେ ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ସୂଚନା ଦିଆଯାଇଛି। ବିଶେଷ କଥା ହେଉଛି ଯେତେବେଳେ ଏହି ଖବର ସିଏମ୍ ଯୋଗୀଙ୍କୁ ଦିଆଯାଇଥିଲା, ସେତେବେଳେ ସେ କରୋନା ସଙ୍କଟର ଲଢେଇ ନେଇ ଚାଲିଥିବା ଟିମ୍ -୧୧ ବୈଠକ ରେ ଉପସ୍ଥିତ ଥିଲେ। ଖବରପାଇବା ପରେ ମଧ୍ୟ ବୈଠକକୁ ବନ୍ଦ କରିନଥିଲେ ଯୋଗୀ ଆଦିତ୍ୟନାଥ। ତେବେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ସିଏମ ଯୋଗୀ ଯୋଗଦେବା ନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ।