ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଆତଙ୍କ ଖେଳିଥିବା ବେଳେ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ୍ କରାଯାଇଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୫ ପର୍ଯ୍ୟନ୍ତ ଲକଡାଉନ କରାଯାଇଥିବା ବେଳେ ସ୍ଥିତି ଅନିୟନ୍ତ୍ରିତକୁ ଦୃଷ୍ଟିରେ ରଖି ଏହା ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ତେବେ ଏଥିରେ ଜାରି ହୋଇଥିବା ଲକଡାଉନ୍ ଗାଇଡଲାଇନକୁ ରାଜ୍ୟ ସରକାରମାନେ ନିଜ ଇଚ୍ଛା ଅନୁସାରେ ପରିବର୍ତ୍ତନ କିମ୍ବା କୋହଳ କରି ପାରିବେ ନାହିଁ, ଏନେଇ ସବୁ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଚେତାବନୀ ଦିଆଯାଇଛି।
ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ ଆସିଛି ସ୍ୱତନ୍ତ୍ର ଗାଡଡ଼ଲାଇନ୍। ଏସବୁ ନେଇ ସବୁ ରାଜ୍ୟକୁ ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଚିଠି ଦେଇ ତାଗିଦ୍ କରିଛନ୍ତି। କୌଣସି ପରିସ୍ଥିତିରେ ବି ନିୟମର ଉଲ୍ଲଂଘନ କରାନଯାଉ କୁହାଯାଇଛି। ପୂର୍ବାପେକ୍ଷା ଲକ୍ ଡାଉନ୍ ନିମୟକୁ ଆହୁରି କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଛି ସ୍ଥାନରେ ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡିବା ପରେ ସବୁ ରାଜ୍ୟକୁ ଚେନବନୀ ଦେଇଛି ଗୃହ ମନ୍ତ୍ରଣାଳୟ।