Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଣସଂଗଠିତ ଶ୍ରମିକ ପଞ୍ଜିକରଣ ଶିବିର ଆୟୋଜିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଣସଂଗଠିତ ଶ୍ରମିକ ପଞ୍ଜିକରଣ ଶିବିର ଆୟୋଜିତ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଯଶ୍ମିନ ସାହୁ, ଅତିରିକ୍ତ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ, ଜିଲ୍ଲା ଶ୍ରମିକ ସଂଗଠନର ସଭାପତି ବଳରାମ କୁଶୁଲିଆ ଓ ପ୍ରମୋଦ କାଣ୍ଟା ଯୋଗଦେଇ ସରକାରଙ୍କ ତରଫରୁ ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକଙ୍କ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ସୁବିଧା ଓ ସୁଯୋଗ ବିଷୟରେ ଲୋକଙ୍କୁ ବୁଝାଇଥିଲେ । ଏହାସହ ଏହି ସ୍ୱତନ୍ତ୍ର ଶିବିର ମାଧ୍ୟମରେ ବୁଲା ବିକାଳୀ, କ୍ଷୁଦ୍ର ବ୍ୟବସାୟୀ, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଅଟୋରିକ୍ସା ଚାଳକ, ମହାରଣା, କମାର, କୃଷି ଶ୍ରମିକ, ମତ୍ସ୍ୟଜୀବୀ, ମୋଚି, କୁମ୍ଭାର, ଲୋକ କଳାକାର ଓ ମାଳୀ ଭଳି ୬୦ ପ୍ରକାର ଅଣସଂଗଠିତ ଶ୍ରମିକମାନେ କିପରି ଅଧିକରୁ ଅଧିକ ପଞ୍ଜିକରଣ କରି ସରକାରଙ୍କ ଏହି ଯୋଜନାର ଲାଭ ଉଠାଇପାରିବେ ସେହି ବିଷୟରେ ସଚେତନ କରାଯାଇଥିଲା । କେବଳ ମୁନିଗୁଡ଼ା ବ୍ଲକରେ ୭ ହଜାରରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୧୫୦ରୁ ଉର୍‌ଦ୍ଧ୍ୱ ଶ୍ରମିକ ନିଜ ଝିଅଙ୍କ ବିବାହ ପାଇଁ ଲାଭବାନ ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଥିବାବେଳେ ଏହି ମାଗଣା ପଞ୍ଜିକରଣ ପରେ ସେମାନଙ୍କୁ ଏକ କାର୍ଡ ପ୍ରଦାନ କରାଯିବ । ଏହା ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ସହ ପଞ୍ଜିକରଣ କରିଥିବା ଅଣସଂଗଠିତ ଶ୍ରମିକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଲେ ୪ଲକ୍ଷ ଟଙ୍କା ଓ ଦୁର୍ଘଟଣାରେ ଅର୍କମଣ୍ୟ ହେଲେ ୪୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ପ୍ରଦାନ କରାଯିବା ପାଇଁ ନିୟମ ଥିବା ଲୋକଙ୍କୁ ସୂଚନା ଦେଇଛନ୍ତି ।