ଥୁଆମୂଳ ରାମପୁର ଓ କାଶୀପୁର ବ୍ଲକରେ “ଉନ୍ନତ” କାର୍ଯ୍ୟାଳୟର ଶୁଭାରମ୍ଭ

ରାୟଗଡା,ଏନ୍ଏନ୍ଏସ୍: ଉତ୍କଳ ଆଲୁମିନା ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁଏଆଇଏଲ) ଏବଂ ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ (ବିଆରଏଲଏଫ)ର ମିଳିତ ଜୀବିକା ଉପାର୍ଜନ ପ୍ରୟାସ “ଉନ୍ନତ” ପ୍ରକଳ୍ପ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍ ଏବଂ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରେ ନିଜର ପ୍ରକଳ୍ପ କାର୍ଯ୍ୟାଳୟ ଖୋଲିବା ସହିତ ତାହାର ପ୍ରଥମ ମାଇଲଖୁଣ୍ଟ ସ୍ଥାପନ କରିଛି। ସ୍ୱେଚ୍ଛାସେବୀ ସଂଗଠନ ‘ଜନସାହାଯ୍ୟ’ ଥୁଆମୂଳ ରାମପୁରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ବେଳେ ସିୱାଇଏସଡିକୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ସିଏସଓ ସହଭାଗୀ ଭାବରେ ପ୍ରକଳ୍ପ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପୃଥକ ପୃଥକ କାର୍ଯ୍ୟକ୍ରମରେ ଉଭୟ ପ୍ରକଳ୍ପ କାର୍ଯ୍ୟାଳୟକୁ ୟୁଏଆଇଏଲ, ବିଆରଏଲଏଫ, ବ୍ଲକ୍ ପ୍ରଶାସନ, ସିଏସଓ ସହଭାଗି ଏବଂ ଗ୍ରାମବାସୀ ପ୍ରତିନିଧିମାନଙ୍କ ଦ୍ୱାରା ଉଦଘାଟନ କରାଯାଇଛି।

ଥୁଆମୂଳ ରାମପୁରରେ “ଉନ୍ନତ” ପ୍ରକଳ୍ପ କାର୍ଯ୍ୟାଳୟକୁ ମାଇନ୍ସ ଅପରେସନ ହେଡ ଶ୍ରୀ ମୁକେଶ ଝା ଉଦଘାଟନ କରିଥିବାବେଳେ କାଶୀପୁର ବ୍ଲକରେ ପ୍ରକଳ୍ପ କାର୍ଯ୍ୟାଳୟକୁ ୟୁଏଆଇଏଲର ୟୁନିଟ ହେଡ ଶ୍ରୀ ମଜହରୁଲ୍ଲା ବେଗ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ବ୍ଲକର ବିଡିଓ ଶ୍ରୀ ନିଶାନ ମିଶ୍ର ଏବଂ ବିଆରଏଲଏଫର ସିଇଓ ଶ୍ରୀ କୁଲଦୀପ ସିଂ ଉପସ୍ଥିତ ଥିଲେ। ଏହି ଅବସରରେ ୟୁଏଆଇଏଲର ୟୁନିଟ ହେଡ ଶ୍ରୀ ମଜହରୁଲ୍ଲା ବେଗ ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଏହାକୁ ରାଜ୍ୟ ଓ ଜାତୀୟ ସ୍ତରରେ କୃଷି ରୂପାନ୍ତରଣର ଏକ ମଡେଲ କାର୍ଯ୍ୟକ୍ରମ ଭାବରେ ଗଢିତୋଳିବାକୁ ସମୁଦାୟ “ଉନ୍ନତ” ଟିମକୁ ଉତ୍ସାହିତ କରିଥିଲେ। ଶ୍ରୀ ମୁକେଶ ଝା ଖଣି ପାରିପାର୍ଶ୍ବିକ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ମହତ ପ୍ରୟାସ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ।

ଉକ୍ତ ପ୍ରକଳ୍ପରୁ ସୁଫଳ ମିଳିବା ନେଇ ଥୁଆମୂଳ ରାମପୁର ବ୍ଲକ୍ ବିଡିଓ ଶ୍ରୀ ନିଶାନ ମିଶ୍ର ଆଶା ପୋଷଣ କରିବା ସହିତ ତାଙ୍କ ତରଫରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଶ୍ରୀ କୁଲଦୀପ ସିଂ ପ୍ରକଳ୍ପର ପ୍ରଶସ୍ତ କ୍ଷେତ୍ର ଏବଂ ହିତକାରୀ ଦିଗ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ସମୁଦାୟ କାର୍ଯ୍ୟକ୍ରମକୁ ୟୁଏଆଇଏଲର ସିଆର ଓ ସଷ୍ଟେନେବିଲିଟି ଜିଏମ ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ୟୁଏଆଇଏଲ, ସିୱାଇଏସଡି ଏବଂ ଜନସାହାଯ୍ୟ ଟିମ ସଦସ୍ୟଙ୍କ ସହିତ ସଞ୍ଚାଳନ କରିଥିଲେ।