ଉନ୍ମୁକ୍ତଙ୍କ ବିବିଏଲ୍‌ ପଦାର୍ପଣ

ମେଲବୋର୍ଣ୍ଣ,ଏଜେନ୍ସି: ଉନ୍ମୁକ୍ତ ଚାନ୍ଦ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଲିଗ୍‌ ବିଗ୍‌ ବାସ୍ ଲିଗ୍‌ (ବିବିଏଲ୍‌)ରେ ଖେଳିବାରେ ସଫଳ ହୋଇଛନ୍ତି। ସେ ମେଲବୋର୍ଣ୍ଣ ରେନେଗେଡ୍‌ସ ପକ୍ଷରୁ ମଙ୍ଗଳବାର ଖେଳା ଯାଇଥିବା ହୋବାର୍ଟ ହରିକେନ୍‌ସ ବିପକ୍ଷ ମ୍ୟାଚରେ ଉନ୍ମୁକ୍ତ ବିବିଏଲ୍‌ ପଦାର୍ପଣ କରିଛନ୍ତି। ଉକ୍ତ ମ୍ୟାଚରେ ହୋବାର୍ଟ ହରିକେନ୍‌ସ ୨୦ ଓଭରରେ ୫ ୱିକେଟ ହରାଇ ୧୮୨ ରନ୍‌ କରିଥିଲା। ଜବାବରେ ମେଲବୋର୍ଣ୍ଣ ରେନେଗେଡ୍‌ସ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ୍‌ କରିଥିଲେ। ହୋବାର୍ଟ ହରିକେନ୍‌ସ ୬ ରନରେ ବିଜୟୀ ହୋଇଥିଲା। ଚାନ୍ଦ ମ୍ୟାଚରେ ୬ରନ କରି ଆଉଟ୍‌ ହୋଇଥିଲେ।

୨୮ ବର୍ଷୀୟ ଉନ୍ମୁକ୍ତ ଆଇପିଏଲରେ ୩ଟି ଦଳ ଦିଲ୍ଲୀ ଡେୟାରଡେଭିଲ୍‌ସ, ମୁମ୍ବଇ ଇଣ୍ଡିଆନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଖେଳିଛନ୍ତି। ଅଷ୍ଟ୍ରେଲିଆରେ ୨୦୧୨ରେ ଆୟୋଜିତ ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପରେ ଚାନ୍ଦ ମଧ୍ୟ ଖେଳିଥିଲେ। ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୧ ରନ କରି ମ୍ୟାନ୍‌ ଅଫ୍‌ ଦି ବିବେଚିତ ହୋଇଥିଲେ।