ଭାରତକୁ ୧୦୦ ଭେଣ୍ଟିଲେଟର ଦେଲା ଆମେରିକା

ନୂଆଦିଲ୍ଲୀ : ଆମେରିକା ଭାରତକୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଭେଣ୍ଟିଲେଟର ପ୍ରଦାନ କରିଛି। ମଙ୍ଗଳବାର ଭାରତକୁ ୧୦୦ ଭେଣ୍ଟିଲେଟର ହସ୍ତାନ୍ତର କରିଛନ୍ତି ଭାରତସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଆଇ ଜଷ୍ଟର। ୟୁନାଇଟେଡ୍ ଷ୍ଟେଟସ ଏଜେନ୍ସି ଫର୍ ଡେଭେଲପମେଣ୍ଟ ପକ୍ଷରୁ ଏହି ଭେଣ୍ଟିଲେଟରଗୁଡିକୁ ଭାରତୀୟ ରେଡକ୍ରସର ମୁଖ୍ୟାଳୟରେ ଭାରତକୁ ହସ୍ତାନ୍ତର କରାଯାଇଛି। କୋଭିଡ୍-୧୯ରେ ଆକ୍ରାନ୍ତ ରୋଗୀମାନଙ୍କର ଚିକିତ୍ସା ନିମନ୍ତେ ଭେଣ୍ଟିଲେଟର ଯୋଗାଇ ଦେବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ। ସୋମବାର ଦିନ ଚିକାଗୋରୁ ଭାରତରେ ଆସି ପହଂଚିବା ଏହି ଭେଣ୍ଟିଲେଟରଗୁଡିକ ଅତି ଉନ୍ନତ ବୈଷୟିକ ଜ୍ଞାନକୌଶଳରେ ଯୁକ୍ତରାଷ୍ଟ୍ର ଆମେରିକୀୟ କମ୍ପାନୀ ‘ଜୋଲ୍’ ଦ୍ୱାରା ନିର୍ମିତ। ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ନିମନ୍ତେ ଭେଣ୍ଟିଲେଟରର ବିଶେଷ ଆବଶ୍ୟକତା ରହିଛି।