କରୋନାକୁ ନେଇ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁଦିନ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟ କଟକଣା କୋହଳ କରିବା ଆରମ୍ଭ କଲେଣି । ଏବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରାଜ୍ୟକୁ କୁହାଯାଇଛି ଯେ, କରୋନା ସ୍ଥିତିର ସମୀକ୍ଷା କରିବା ପରେ କଟକଣା କୋହଳ କରାଯାଉ । କାରଣ ଦେଶରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ୨୭ହଜାର ୪୦୯ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଗତ ସପ୍ତାହରେ ସଂଖ୍ୟା ୫୦ ହଜାର ଟପିଥିଲା । ସଂକ୍ରମଣ ହାର ମଧ୍ୟ ଖସି ୩.୬୩ ପ୍ରତିଶତ ହୋଇଯାଇଛି । କିନ୍ତୁ କରୋନା ସ୍ଥିତି ଉପରେ ନଜର ରଖିଥାନ୍ତୁ । ସେଥିପାଇଁ ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଣ୍ଟ, ଟିକାକରଣ ଓ କରୋନାର ସମସ୍ତ ନିୟମ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଉ ।