କାଲି ସକାଳ ୧୦ଟାରେ ବପ୍ପୀ ଲହିରୀଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ଡିସ୍କୋ କିଙ୍ଗ ବପ୍ପୀ ଲହିରୀଙ୍କ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କ ଅନ୍ତିମ ସଂସ୍କାର କରାଯାଇ ନାହିଁ । ଏଥିଲାଗି ବପ୍ପୀ ଲହିରୀଙ୍କ ପୁଅ ବପ୍ପାଙ୍କୁ ଅପେକ୍ଷା କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି । ସେ କାଲି ସକାଳ ୨ଟାରେ ଭାରତ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯିବ । ବପ୍ପୀ ଦା’ଙ୍କ ପ୍ରାର୍ଥୀବ ଶରୀର ଏବେ ତାଙ୍କ ବାସଭବନରେ ଥିବାବେଳେ ଅନ୍ତିମ ଦର୍ଶନ ପାଇଁ ସେଲିବ୍ରିଟି ପହଞ୍ଚୁଛନ୍ତି । ବପ୍ପୀ ଦା’ଙ୍କ ଅନ୍ତିମ ସଂସ୍କାର କାଲି ସକାଳ ୧୦ଟା ପାର୍ଲି ଶ୍ମଶାନ ଘାଟରେ କରାଯିବ ବୋଲି ସୂଚନା ମିଳିଛି ।