ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କୁ ମାରିବା ପାଇଁ ମୋସ୍କୋ ଉପରେ ୟୁକ୍ରେନ ଡ୍ରୋନ ଦ୍ୱାରା ଆକ୍ରମଣ କରିଛି । କିନ୍ତୁ ଆକ୍ରମଣକୁ ଋଷୀୟ ସେନା ବିଫଳ କରିଦେଇଛି । ଆଉ ଏବେ ୟୁକ୍ରେନକୁ କଡ଼ା ଜବାବ ଦିଆଯିବ ବୋଲି ଋଷର ପାୱାର ହାଉସ କ୍ରେମଲିନ କହିଛି ।
ଋଷ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ଆତଙ୍କବାଦୀଙ୍କ ଭଳି ଋଷ ରାଷ୍ଟ୍ରପତିଙ୍କ ହତ୍ୟା କରିବା ଲାଗି ଡ୍ରୋନ ଛାଡ଼ିଥିଲା। ଏହାର ପରିଣାମ ତାକୁ ବଡ଼ ଆକାରରେ ଭୋଗିବାକୁ ପଡ଼ିବ ।