ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ଧାରଣା ଜନ୍ତର ମନ୍ତରରେ ଜାରି ରହିଛି । ନିକଟରେ ଭାରତୀୟ ଅଲମ୍ପିକ ଆସୋସିଏସନର ଅଧ୍ୟକ୍ଷ ପିଟି ଉଷା କୁସ୍ତିଯୋଦ୍ଧାଙ୍କ ଏପରି ଧାରଣାକୁ ସମାଲୋଚନା କରିଥିଲେ । ଆଉ ଆଜି ପିଟି ଉଷା ଜନ୍ତର ମନ୍ତର ପହଞ୍ଚି କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି । ଏହି ସମୟରେ ଭିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଓ ଅନ୍ୟ କୁସ୍ତିଯୋଦ୍ଧାଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି ।
ଏନେଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଯେ, ନ୍ୟାୟ ଦେବା ପାଇଁ ପିଟି ଉଷା ଆମ ସହ ଅଛନ୍ତି ବୋଲି କହିଛନ୍ତି । ସେ ପ୍ରଥମେ ଜଣେ ଆଥଲେଟ୍ ତା’ ପରେ ଆଉ କିଏ ? ତାଙ୍କ ଟିପ୍ପଣୀର ଭୁଲ ଅର୍ଥ ବାହାର କରାଯାଇଥିବା କଥା ମଧ୍ୟ ପିଟି ଉଷା କହିଛନ୍ତି । ବ୍ରିଜଭୂଷଣ ଶରଣ ସିଂହ ଜେଲ ଯିବା ପର୍ଯ୍ୟନ୍ତ ଆମେ ଏଠାରେ ହିଁ ରହିବୁ ।