ନଭେମ୍ବର ପହିଲାରୁ ଆରମ୍ଭ ହେବ ୟୁଜି ଏବଂ ପିଜି କ୍ଲାସ୍

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ୟୁଜି ଏବଂ ପିଜି କ୍ଲାସ୍ ନଭେମ୍ବର ପହିଲାରୁ ଆରମ୍ଭ ହେବ। ସ୍ୱତନ୍ତ୍ର କମିଟି ଦେଇଥିବା ଏକାଡେମିକ କ୍ୟାଲେଣ୍ଡରକୁ ୟୁଜିସି ଗ୍ରହଣ କରିଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ସୂଚନା ଦେଇଛନ୍ତି। କ୍ୟାଲେଣ୍ଡର ଅନୁସାରେ, ଅକ୍ଟୋବର ୩୧ ସୁଦ୍ଧା ଆଡମିସନ ପ୍ରକ୍ରିୟା ଶେଷ ହେବ। ଆଉ ନଭେମ୍ବର ୧ରୁ କ୍ଲାସ ଆରମ୍ଭ ହେବ। ମାର୍ଚ୍ଚ ୮ରୁ ୨୬ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ, ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ଯାଏ ସେମିଷ୍ଟର ବ୍ରେକ୍, ୫ରୁ ସେମିଷ୍ଟାର କ୍ଲାସ, ଅଗଷ୍ଟ ୧ରୁ ୮ ଯାଏଁ ପରୀକ୍ଷା ପ୍ରସ୍ତୁତି, ଅଗଷ୍ଟ ୯ରୁ ୨୧ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।