Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର

ମୁମ୍ବାଇ: ଗୁରୁବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଆଉ ୬ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶୟାରୀ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପରେ ମୁମ୍ବାଇର ସହ୍ୟାଦ୍ରି ଗେଷ୍ଟ୍ ହାଉସରେ ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଅଜିତ ପାୱାର ପୁଣି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଏନସିପିର ନିର୍ଭରଯୋଗ୍ୟ ସୂତ୍ରରୁ ଶୁଣିବାକୁ ମିଳୁଛି।

ଅଜିତଙ୍କ ଘରବାହୁଡ଼ାକୁ ଏନସିପିର ବହୁ ତୁଙ୍ଗନେତା ସ୍ୱାଗତ କରିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ ଦାଦା ଶରଦ ପାୱାର ଓ ଭଉଣୀ ସୁପ୍ରିୟା ସୁଲେଙ୍କୁ ଆନନ୍ଦିତ କରିଛି। ଗୁରୁବାର ସେନା-ଏନସିପି-କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ତାଙ୍କୁ ଶରଦଙ୍କ ପାଖ ସିଟରେ ଦେଖିବାକୁ ମିଳିଥିଲା। ଶିବସେନା-ଏନସିପି-କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଶପଥ ଗ୍ରହଣ ସମାରୋହରେ ଅଜିତ ଯୋଗଦେବେ ନାହିଁ। ଦୁଇଦିନ ପୂର୍ବେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେବାଫଳରେ ଦେବେନ୍ଦ୍ର ଫଡନାବିସଙ୍କ ଦ୍ୱିତୀୟ ପାଳି ସରକାର ଭାଙ୍ଗିଯାଇଥିଲା। ଗୁରୁବାର ସକାଳୁ ଅଜିତଙ୍କ ମୁହଁରେ ଖୁସି ନଥିଲା। ଶରଦ ପାୱାରଙ୍କୁ ଭେଟିବାପରେ ସେ ଗୁରୁବାର ଶପଥ ଗ୍ରହଣ କରିବେନି ବୋଲି ଜଣାଇଥିଲେ। ଦଳର ସଭାପତିଙ୍କ ନିଷ୍ପତ୍ତିକୁ ମାନି ଆଗକୁ ପାଦ ବଢ଼ାଇବେ ବୋଲି ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ।

ଶପଥ ସମାରୋହ ପୂର୍ବରୁ ତିନିଦଳ ପକ୍ଷରୁ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମପି) ଘୋଷଣା କରାଯାଇଥିଲା। ସିଏମପିରେ ଚାଷୀଙ୍କୁ ଋଣଛାଡ଼, ନିଯୁକ୍ତିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଓ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି, ମରୁଡ଼ିପ୍ରବଣ ଅଞ୍ଚଳରେ ଜଳଯୋଗାଣକୁ ଅଗ୍ରାଧିକାର ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାବିସ ସରକାର ଗଠନ କରିଥିଲେ ମଧ୍ୟ ସଂଖ୍ୟାଯୋଗାଡ଼ କରି ନପାରି ଆସ୍ଥାଭୋଟ ପୂର୍ବରୁ ଇସ୍ତଫା ଦେଇଥିଲେ। ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ବିଜେପିର ସରକାର ଗଠନକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯିବା ପରେ ସର୍ବୋଚ୍ଚ ଅଦାଲତ ଫଡନାବିସଙ୍କୁ ଆସ୍ଥାଭୋଟ ଲୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।