ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ପ୍ରତିଯୋଗିତା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଭାରତରେ ଚଳିତବର୍ଷ ନଭେମ୍ବର ୨ରୁ ଆରମ୍ଭ ହୋଇ ୨୧ରେ ଶେଷ ହେବ। ଏହି ପ୍ରତିଯୋଗିତା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସମେତ ଦେଶର ୫ଟି ଭେନ୍ୟୁରେ ଖେଳାଯିବ। ଉଦଘାଟନୀ ମୁକାବିଲା ଗୌହାଟୀର ଇନ୍ଦିରାଗାନ୍ଧି ଆଥଲେଟିକ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେହିଦିନ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍ ଖେଳାଯିବ।
ଫିଫା ପକ୍ଷରୁ ଘୋଷଣା କରାଯାଇଥିବା ଖେଳସୂଚୀ ଅନୁଯାୟୀ ଭୁବନେଶ୍ୱରରେ ମୋଟ ୮ଟି ମ୍ୟାଚ୍ ଖେଳାଯିବ। ଏହା ମଧ୍ୟରୁ ନଭେମ୍ବର ୨, ୫ ଓ ୮ରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ନଭେମ୍ବର ୧୨ରେ ଗୋଟିଏ କ୍ୱାର୍ଟର ଫାଇନାଲ ଓ ନଭେମ୍ବର ୧୭ରେ ଗୋଟିଏ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ନଭେମ୍ବର ୨୧ରେ ଅନୁଷ୍ଠିତ ହେବ।