ଖେଳୁ ଖେଳୁ ଗଡ଼ିଆରେ ବୁଡିଗଲେ ଦୁଇ ଯାଆଁଳା ଭାଇ, ଚାଲିଗଲା ଜୀବନ

ପାଟଣା,ଏନ୍ଏନ୍ଏସ୍: ଖେଳୁ ଖେଳୁ ଗଡ଼ିଆରେ ବୁଡି ଚାଲିଗଲା ୨ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ନୂଆଖମଣ ବାଙ୍କୀ ସାହିରେ। ଆଜି ଅପରାହ୍ଣରେ ଗାଁ’ ନିକଟରେ ୮ ବର୍ଷର ଦୁଇ ଯାଆଁଳା ଭାଇ ଖେଳୁ ଥିବା ସମୟରେ ପାଖରେ ଥିବା ଗଡ଼ିଆରେ ପଡ଼ିଯାଇଥିଲେ। ଫଳରେ ଗଡ଼ିଆ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତୁରୁମୁଙ୍ଗା ପ୍ରାଥମିକ ଚିକିତ୍ସାଳୟ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଭାଇ ହେଲ ନୂଆଖମଣ ବାଙ୍କୀ ସାହିର ଦୁଇ ଯାଆଁଳା ଭାଇ ବାଦଲ ନାଏକ ଓ ଆକାଶ ନାଏକ। ଏହି ଖବର ଆସିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।