ସୁରକ୍ଷାବାହିନୀ ଗୁଳିରେ ୩ ଆତଙ୍କବାଦୀ ନିପାତ

କାଶ୍ମୀର,ଏଜେନ୍ସି: ଜାମ୍ମୁ କାଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷାବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ଆଜି ଭୋରରେ ସୁରକ୍ଷାବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରେ ସର୍ଚ ଅପରେଶନ ଜାରି ରହିଛି।

ସୂଚନାନୁଯାୟୀ, ଜାମ୍ମୁ କାଶ୍ମୀରର ଶୋପିଆନ ଜିଲ୍ଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା। ଏହା ପରେ ସେନାର ୪୪ ଆରଆର ଓ ସିଆରପିଏଫର ଏକ ଜଏଣ୍ଟ ଟିମ୍ ସର୍ଚ ଅପରେଶନ ଆରମ୍ଭ କରିଥିଲା। ଆଜି ଭୋର ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳି ବିନିମୟ କରିଥିଲେ। ଫଳରେ ସୁରକ୍ଷାବାହିନୀ ଏହାର କଡ଼ା ଜବାବ ଦେଇଛି। ସୁରକ୍ଷାବାହିନୀର ଗୁଳିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି।