କାଶ୍ମୀର,ଏଜେନ୍ସି: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ସେନା ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହି ସମୟରେ ପୁଲୱାମାର ହାକାରୀପୁରାରେ ମଙ୍ଗଳବାର ଦିନ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ମୁକାବିଲାରେ ସୁରକ୍ଷା ବାହିନୀ ୨ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି।
ସୂଚନାନୁସାରେ, ସିଆରପିଏଫ୍ ଏବଂ ସେନାର ନ୍ୟାସନାଲ ରାଇଫଲ୍ସ, ଜାମ୍ମୁ-କାଶ୍ମୀର ପୁଲିସର ମିଳିତ ଟିମ୍ ପାଟ୍ରୋଲିଂ କରିବାକୁ ବାହାରିଥିଲେ। ସେନାର ମିଳିତ ପାଟ୍ରୋଲିଂ ହାକାରୀପୁରା ନିକଟରେ ଯେମିତି ପହଞ୍ଚିଛି ବିପରିତ ଦିଗରୁ ଗୁଳିଚାଳନା ହୋଇଥିଲା। ଏଥିରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି।
ଉଲ୍ଲେଖନୀୟ କଥା ଯେ, ପୁଲୱାମାରେ ଏହି ଏନକାଉଣ୍ଟର ହେଉଛି ଜାମ୍ମୁ କାଶ୍ମୀରରେ ଗୋଟିଏ ଦିନ ମଧ୍ୟରେ ଏନକାଉଣ୍ଟର ଦ୍ୱିତୀୟ ଘଟଣା। ପୁଲୱାମା ପୂର୍ବରୁ ଦକ୍ଷିଣ କାଶ୍ମୀରର ସୋପିଆନ୍ ଜିଲ୍ଲାର ମେଲହୁରା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ୨ ଆତଙ୍କବାଦୀ ନିହତ ହୋଇଛନ୍ତି।