ପାଇକମାଳ,ଏନ୍ଏନ୍ଏସ୍: ପାଇକମାଳ ଥାନା ନୃସିଂହନାଥ କପିଳଧାର ଝରଣା ନିକଟରେ ସେଲ୍ଫିି ନେବାବେଳେ ଖସିପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି। ସୂଚନା ଅନୁସାରେ, ପାଇକମାଳ ଥାନା ଝିଟିକି ଗ୍ରାମର ତିନିଜଣ କଲେଜ ଛାତ୍ର ମଧ୍ୟାହ୍ନରେ ନୃସିଂହନାଥ କପିଳଧାରକୁ ଯାଇଥିଲେ। କପିଳଧାର ଝରଣା ଉପରୁ ଠିଆ ହୋଇ ସେଲ୍ଫି ଫଟୋ ନେଉଥିବାବେଳେ ଦୁଇଜଣ ତଳକୁ ଖସି ପଡିଥିଲେ।
