ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ସୁନା ଗହଣା ଚୋରି ଅଭିଯୋଗରେ ୨ଜଣ ଠିକା କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଲଖନପୁର ବ୍ଲକ୍ ୧୯ ଖଣ୍ଡ ମୌଜାର ପ୍ରଶାନ୍ତ ବିଶ୍ୱାଳଙ୍କ ବାପା ନନ୍ଦଲାଲ ବିଶ୍ୱାଳ କରୋନା ସଂକ୍ରମିତ ହୋଇ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ସେ ପିନ୍ଧିଥିବା ସୁନାମୁଦି, ତାଙ୍କ ପାଖରେ ଥିବା ଟଙ୍କା ଓ ଅନ୍ୟାନ ସାମଗ୍ରୀ ଚୋରି ହୋଇଯାଇଥିବା ନେଇ ପ୍ରଶାନ୍ତ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ ଏହାର ତଦନ୍ତକରି ଏହି ଚୋରି ଘଟଣାରେ ଆଜି ଝାରସୁଗୁଡ଼ା ଟାଉନଥାନା ପୁଲିସ ୨ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।