କୁନ୍ନୋ ନ୍ୟାସନାଲ ପାର୍କରେ ଜ୍ୱାଲାର ୨ ଶାବକ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କୁନ୍ନୋ ନ୍ୟାସନାଲ ପାର୍କରେ ଜ୍ୱାଲା ନାମକ ଚିତାର ୨ଜଣ ଶାବକଙ୍କ ମୃତ୍ୟୁ ଘଟିଛି । ୨ ଦିନ ପୂର୍ବରୁ ଜ୍ୱାଲାର ଆଉ ଏକ ଶାବକର ମୃତ୍ୟୁ ଘଟିଥିଲା । ଜ୍ୱାଲା ଚଳିତ ବର୍ଷ ମାର୍ଚ୍ଚରେ ୪ଜଣ ଶାବକଙ୍କୁ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ୩ଜଣଙ୍କ ମୃତ୍ୟୁ ଘଟିସାରିଲାଣି । ବନ ବିଭାଗ ମୃତ୍ୟୁ ପଛର କାରଣ ଖୋଜିବାରେ ଲାଗିଛି ।

ଜ୍ୱାଲା ଏବଂ ତା’ ଶାବକଙ୍କ ଦେଖାଶୁଣା ବନ୍ୟପ୍ରାଣୀ ଚିକିତ୍ସକଙ୍କ ଟିମ୍ କରୁଥିଲା । ମଧ୍ୟପ୍ରଦେଶର ମୁଖ୍ୟ ବନ ସଂରକ୍ଷକଙ୍କ ତରଫରୁ ଜାରୀ ହୋଇଥିବା ବୟାନରେ କୁହାଯାଇଛି ଯେ, ୩ ଶାବକଙ୍କ ଅସାମାନ୍ୟ ସ୍ଥିତି ଓ ଗରମକୁ ଦୃଷ୍ଟିରେ ରଖି ଡାକ୍ତରୀ ଟିମ୍ ଦେଖାଶୁଣା କରୁଥିଲେ । କିନ୍ତୁ ବହୁ ଚେଷ୍ଟା ସତ୍ତ୍ୱେ ସେମାନଙ୍କୁ ବଞ୍ଚାଇ ହେଲାନି ।