୬୦ ବର୍ଷ ବୟସରେ ୨ୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ଆଶିଷ ବିଦ୍ୟାର୍ଥୀ ପୁଣି ବିବାହ କରିଛନ୍ତି । ଆଶିଷ ୬୦ ବର୍ଷ ବୟସରେ ଆସାମର ରୂପାଲୀ ବରୁଆଙ୍କୁ ୨ୟ ବିବାହ କରିଛନ୍ତି । ଆଶିଷ କିଛି ବନ୍ଧୁବର୍ଗଙ୍କ ଗହଣରେ ରୂପାଲୀଙ୍କୁ କୋର୍ଟ ମ୍ୟାରେଜ କରିଥିବା ଜଣାପଡ଼ିଛି। ରୂପାଲୀ ଫ୍ୟାସନ ବ୍ୟବସାୟ ସହିତ ଜଡ଼ିତ ।

ବିବାହ ପରେ ଆଶିଷ ବିଦ୍ୟାର୍ଥ କହିଛନ୍ତି ଯେ, ଜୀବନର ଏହି ପାହାଚରେ ରୂପାଲୀଙ୍କୁ ବିବାହ କରିବା ଏକ ଅଦ୍ଭୁତପୂର୍ବ ଅନୁଭୂତି । ରୂପାଲୀଙ୍କ ସହ କେମିତି ଦେଖାହେଲା ସେସମ୍ପର୍କରେ ଆଉ କେବେ କହିବି । କାରଣ ଏହା ଏକ ବହୁତ ବଡ଼ କାହାଣୀ । ଆମର କିଛିଦିନ ପୂର୍ବରୁ ଦେଖା ହୋଇଥିଲା ଏବଂ ଆମେ ଏହି ସମ୍ପର୍କକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲୁ ।