ଦୁଇ ମାଓବାଦୀ ଗିରଫ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ଛତିଶଗଡ ଦନ୍ତେବାଡା ଜିଲ୍ଲା ପୁଲିସ ଦୁଇଜଣ ହାଡକୋର ମାଓବାଦୀଙ୍କୁ ଗିରଫ କରିଛି। କିରଣ୍ଡୋଲ ଥାନା ଆଲନାର ପାହାଡ ନିକଟରେ ଡିଆରିଜି ଓ ସିଏଏଫ ଜବାନ କୁମ୍ବିଂ ଅପରେସନ କରୁଥିବା ସମୟରେ ଏହି ଦୁଇଜଣଙ୍କୁ ଗିରଫ କରିଥିଲେ। ସେମାନଙ୍କ ମଧ୍ୟରୁ ସୁକୀ ନାମକ ଜଣ ମହିଳା ନକ୍ସଲ ଥିବା ବେଳେ ପ୍ଲାଟୁନ୍ ୨୪ ର ମାଓ ସଦସ୍ୟ ଥିଲେ। ତାଙ୍କ ନାମରେ ସରାକାରଙ୍କ ତରଫରୁ ୨ ଲ କ୍ଷ ଟଙ୍କାର ପୁରସ୍କାର ଥିବା ବେଳେ ଅନ୍ୟଜଣେ ଜନ ମିଲିସିଆ ସଦସ୍ୟ ପଦିଆଙ୍କ ନାମରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରା ଯାଇଥିବା ଜଣାପଡ଼ିଛି।