୨୧୬ ଫୁଟ ଉଚ୍ଚର ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ଦେଶବାସୀଙ୍କୁ ସମର୍ପଣ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦର ସୀମାବର୍ତ୍ତୀ ଅଞ୍ଚଳ ମୁଚିନ୍ତାଲରେ ‘ଷ୍ଟେଚ୍ୟୁ ଅଫ୍ ଇକ୍ୱାଲିଟି’କୁ ସମଗ୍ର ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ୨୧୬ ଫୁଟ ଉଚ୍ଚର ଏହି ଷ୍ଟେଚ୍ୟୁ ଅଫ ଇକ୍ୱାଲିଟି ଶ୍ରୀ ରାମାନୁଜାଚର୍ଯ୍ୟଙ୍କ ସ୍ମୃତିରେ ସ୍ଥାପନ କରାଯାଇଛି । ରାମାନୁଜାଚର୍ଯ୍ୟ ଆସ୍ଥା, ଜାତି ଓ ପନ୍ଥ ସହ ଜୀବନର ସମସ୍ତ ଦିଗକୁ ସମାନତାର ବିଚାରଧାରାକୁ ପ୍ରେତ୍ସାହିତ କରିଛନ୍ତି । ଏହି ପ୍ରତିମା ୫ ଧାତୁରେ ପ୍ରସ୍ତୁତ ହୋଇଛି । ଏଥିରେ ସୁନା, ଚାନ୍ଦି, ପିତଳ, ତମ୍ବା ଓ ଦସ୍ତାର ମିଶ୍ରଣ ରହିଛି । ଏହା ଦୁନିଆର ସବୁଠୁ ଉଚ୍ଚ ବସିଥିବା ଧାତୁ ପ୍ରତିମା ହୋଇପାରିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୫୦ ବର୍ଷ ଏକ ବହୁତ ବଡ଼ ସମୟ ହୋଇଥାଏ । ଆଉ ଏହି ୫୦ ବର୍ଷର ଯାତ୍ରାରେ ଯେବେ ଯେବେ ଯିଏ ଯିଏ ଯାହା ଯାହା ଯୋଗଦାନ ଦେଇଛନ୍ତି ସେସମସ୍ତେ ଅଭିନନ୍ଦନର ଅଧିକାରୀ ।