ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ ଇତିହାସ କରିଛନ୍ତି ଦୁଇ ମହିଳା ନାଭାଲ ଅଫିସର। ପ୍ରଥମ ଥର ପାଇଁ ଏହି ଦୁଇ ମହିଳା ଅଫିସର ଯୁଦ୍ଧ ଜାହାଜରେ ଆଗଧାଡିର ଯୋଦ୍ଧା ଭାବେ ଯୋଗଦେଇଛନ୍ତି। ଏହି ଦୁଇ ମହିଳା ଅଫିସର ହେଲେ ସବ ଲିଉଟିନାଣ୍ଟ କୁମୁଦିନି ତ୍ୟାଗି ଓ ସବ ଲିଉଟିନାଣ୍ଟ ରିତି ସିଂ। ତେବେ ସେମାନେ ଏହି ଯୁଦ୍ଧ ଜାହାଜରେ ହେଲିକାପ୍ଟର ଷ୍ଟ୍ରିମରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବେ।
ନିକଟରେ ମହିଳାଙ୍କ ପ୍ରବେଶ କେବଳ ସ୍ଥିର ୱିଙ୍ଗ ବିମାନରେ ସୀମିତ ଥିଲା। ତେବେ ଏହି ଅଫିସର ଦ୍ୱୟ ଭାରତୀୟ ନୌସେନାର ୧୭ ଜଣ ସଟ ସର୍ଭିସ କମିସନ ବ୍ୟାଚରେ ଥିଲେ। ସେପ୍ଟେମ୍ବର ୨୧ ତାରିଖରେ କୋଚିର ଆଇଏନଏସ ଗରୁଡ଼ାରେ ଅନୁଷ୍ଠିତ ସ୍ନାତକୋତ୍ତର ସମାରୋହରେ ‘ୱିଙ୍ଗ’ ଭାବେ ପୁରସ୍କୃତ ହୋଇଥିଲେ। ତେବେ ଆଜି ତାଙ୍କୁ ଯୁଦ୍ଧ ବିମାନରେ ହେଲିକାପ୍ଟର ୱିଙ୍ଗ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଛି।