ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ରାଜନଗର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗତ କାଲି ସନ୍ଧ୍ୟାରେ ଦୁଇ ସାଙ୍ଗ ଢ଼ାବାରୁ ଖାଇ ଫେରୁଥିବା ସମୟରେ ଗାଁ ଦାଣ୍ଡରେ ଜଣେ ସାଙ୍ଗର ମୃତ୍ୟୁହୋଇଥିବା ବେଳେ ଆଉ ଜଣେ ସାଙ୍ଗର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ମୃତ୍ୟୁର କାରଣ ଜଣାପଡି ନଥିବାବେଳେ ବିଷାକ୍ତ ଖାଦ୍ୟ କିମ୍ବା ବିଷାକ୍ତ ମଦ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମବସୀ ଅଭିଯୋଗ କରିଛନ୍ତି। ମୃତ ଦୁଇ ସାଙ୍ଗ ହେଲେ ରାଜନଗର ଗ୍ରାମର ଅର୍ଧେନ୍ଦୁ ଦାସ ଓ ଅନ୍ୟ ଜଣେ ରାଜନଗର ଗ୍ରାମର ଢ଼ିପା ସାହିର ମୁନା ନାଏକ। ଖବରପାଇ ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।