ପାରାଦ୍ବୀପ,ଏନ୍ଏନ୍ଏସ୍: ପାରାଦ୍ବୀପ ଅଠରବାଙ୍କୀ ତାଳଦଣ୍ଡାରେ ଅଘଟଣ। କେନାଲରେ ପଡି ୨ଜଣଙ୍କ ଶିଶୁଙ୍କୁ ମୃତ୍ୟୁ ହୋଇଛି। ୨ ଶିଶୁଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଖବର ଅନୁଯାୟୀ, ପାରାଦୀପ ଅଠରବାଙ୍କୀ ନିକଟ ତାଳଦଣ୍ଡା କେନାଲରେ ଅଘଟଣ ଘଟିଯାଇଛି। କେନାଲ ନିକଟରେ ଖେଳୁଥିବା ସମୟରେ ନାଳକୁ ଖସିପଡିଥିଲେ ୨ ଶିଶୁ। ଯାହାଫଳରେ ୨ଜଣ ଶିଶୁ ପାଣିରେ ବୁଡି ମୃତ୍ୟୁ ହୋଇଯାଇଛି। ଶିଶୁଙ୍କ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶିଶୁଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।