କଳାହାଣ୍ଡି,ଏନ୍ଏନ୍ଏସ୍: ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ତୁଜୁଙ୍ଗ ରାସ୍ତା ଫପ୍ସି ଛକଠାରେ।
ସୂଚନାନୁସାରେ, ଗତ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ମ.ରାମପୁର କଲେଜ ପଡାର ସନ୍ତୋଷ ଡାକୁଆ, ରାଣୀପଟାର ପ୍ରସନ୍ନ ମାଝୀ ଓ ସାଲେପଡାର ଆକାଶ ମାଝି। ଆଉ ଜଣେ ଗୁରୁତର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।