ତାଲା କାଟି ପ୍ରାୟ ଲକ୍ଷେ ଟଙ୍କା ଚୋରି କରିନେଇଥିବା ଘଟଣାରେ ୨ ଅଭିଯୁକ୍ତ ଗିରଫ

କଟକ,ଏନ୍ଏନ୍ଏସ୍: ତାଲା କାଟି ପ୍ରାୟ ଲକ୍ଷେ ଟଙ୍କା ଚୋରି କରିନେଇଥିବା ଘଟଣାରେ ୨ ଅଭିଯୁକ୍ତ ଗିରଫ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ତାଲା କାଟି ପ୍ରାୟ ଲକ୍ଷେ ଟଙ୍କା ଚୋରି ହୋଇଛି।

ପୁରୂଣା କଟକ ଥାନାରେ ବ୍ୟାଙ୍କ ପକ୍ଷରୁ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଚୋର ମାନଙ୍କୁ ଚିହ୍ନଟ କରିପାରିଥିଲା।

ସିସିଟିଭି ଫୁଟେଜ ଆଧାରରେ ପୋଲିସ ନୟାଗଡ ଜିଲାରୁ ଆସି ମାଧପୁର ନିକଟସ୍ଥ ଗୋଛାବାରୀ ସାହି ଠାରେ ରହୁଥିବା ହରିହର ପ୍ରଧାନ ଓ କଟକ ଜିଲାରୁ ଆସି ମାଧପୁର ଠାରେ ରହୁଥିବା ଜିତେନ୍ଦ୍ର କୁମାର ସାହୁଙ୍କୁ ଗିରଫ କରିଥିଲା।