ନୂଆ ଗାଇଡଲାଇନ ମାନିବାକୁ ସପ୍ତାହେ ସମୟ ମାଗିଲା ଟୁଇଟର

ନୂଆଦିଲ୍ଲୀ,ଏଜେନ୍ସି: ଗତ କିଛି ମାସରୁ ଟୁଇଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ଆଇଟି ଆଇନ ପାଳନ ନେଇ ଯଥା ସମ୍ଭବ ପ୍ରୟାସ କରାଯିବ।

ବୁଧବାର ଜାରି ବୟାନରେ କମ୍ପାନୀର ମୁଖପାତ୍ର କହିଛନ୍ତି, ଟୁଇଟର ଭାରତ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଆସିଛି। ଆଉ ଏହି ସେବାରେ ହେଉଥିବା ମହତ୍ୱପୂର୍ଣ୍ଣ ସାର୍ବଜନୀନ ଆଲୋଚନା ମଧ୍ୟ କରୁଛି ଟୁଇଟର। ସୋସିଆଲ ମିଡିଆ ପ୍ଲାଟଫର୍ମ ଆହୁରି କହିଛି ଯେ ଆମେ ଭାରତ ସରକାରଙ୍କୁ ଆଶ୍ୱସନା ଦେଇଛୁ ଯେ ଟୁଇଟର ନୂଆ ଗାଇଡଲାଇନ ପାଳନ କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛି। ଆମେ କ୍ରମାଗତ ଭାରତ ସରକାରଙ୍କ ସହ ସକାରାତ୍ମକ ଆଲୋଚନା କରିବୁ ବୋଲି କହିଛି ଟୁଇଟର। ତେବେ ଟୁଇଟର ନୂଆ ଗାଇଡଲାଇନ ମାନିବାକୁ ସପ୍ତାହେ ସମୟ ମାଗିଛି।