ଦିଲ୍ଲୀରେ ତାପମାତ୍ରା ୪୪ ଡିଗ୍ରୀ ପାର୍; ଆସନ୍ତା ୧୨ରେ ବର୍ଷିବ

ନୂଆଦିଲ୍ଲୀ,ଏଜେନ୍ସି: ଦେଶର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ଯୋଗୁଁ ଲୋକଙ୍କ ଅବସ୍ଥା ଖରାପ ହୋଇଛି। ଆଜି ଦିଲ୍ଲୀରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏଥିସହିତ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିଯାଇଛି। ଏହା ପୂର୍ବରୁ ଏପ୍ରିଲ ୨୮ ତାରିଖରେ ଦିଲ୍ଲୀର ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଆଜିର ତାପମାତ୍ରା ଚଳିତ ବର୍ଷରେ ସର୍ବାଧିକ ବୋଲି ରେକର୍ଡ କରାଯାଇଛି।

ପାଣିପାଗ ସୂଚନା ଅନୁସାରେ ଆସନ୍ତା କାଲି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଛି। ଏହି ଲଘୁଚାପଟି ପୂର୍ବକୁ ମୁହାଁଇବ, ଫଳରେ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଜୁନ୍ ୧୨ ଓ ୧୩ରେ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହିତ ଦିଲ୍ଲୀର ତାପମାତ୍ରା ହ୍ରାସ ପାଇବ।