ଓ୍ବାଂଶିଟନ,ଏଜେନ୍ସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଝୁଲୁଛି ଗିରଫଦାରୀର ଖଣ୍ଡା । ଆସନ୍ତା ମଙ୍ଗଳବାର ଦିନ ଗିରଫ ହୋଇପାରନ୍ତି ଟ୍ରମ୍ପ । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି । ଏହାସହ ସମର୍ଥକମାନେ ଏହାକୁ ବିରୋଧ କରିବା ପାଇଁ ଆହ୍ବାନ ଦେଇଛନ୍ତି । ମ୍ୟାନହାଟନ ଜିଲ୍ଲା ଆଟର୍ନିଙ୍କ କାର୍ଯ୍ୟାଳୟରୁ ବେଆଇନ ଭାବେ ଲିକ ହୋଇଥିବା ସୂଚନାକୁ ଜଣାପଡିଥିବା ନେଇ ସେ କହିଛନ୍ତି । ତେବେ କେଉଁ କାରଣରୁ ଗିରଫ କରାଯିବ ସେନେଇ କୌଣସି ସୂଚନା ଦେଇନାହାନ୍ତି ଟ୍ରମ୍ପ ।
ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ଟ୍ବିଟର ସିଇଓ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ଟ୍ବିଟରେ ଦାବି କରି କହିଛନ୍ତି,”ଯଦି ଟ୍ରମ୍ପଙ୍କୁ ଗିରଫ କରାଯାଏ ତେବେ ଆସନ୍ତା ନିର୍ବାଚନରେ ଏକ ପାଖିଆ ବିଜୟ ହାସଲ କରିବେ ।” ସୂଚନାଅନୁସାରେ, ପୂର୍ବତନ ରାଷ୍ଟ୍ରପତି କହିଛନ୍ତି, “ନ୍ୟୁୟର୍କର ଓକିଲମାନେ ମହିଳାଙ୍କୁ ଦିଆଯାଇଥିବା ଟଙ୍କା ସହ ଜଡିତ ମାମଲାର ତଦନ୍ତ କରୁଛନ୍ତି । ଏହି ସମ୍ପର୍କରେ ତାଙ୍କୁ ଗିରଫ କରାଯାଇପାରେ । ଏହାକୁ ବିରୋଧ କରାଯାଉ ଏବଂ ଦେଶରୁ ରକ୍ଷା କର ।”