ଜାତୀୟ ରାଜପଥ ଉପରେ ଜଳିଗଲା ଟ୍ରକ୍ ଓ ବାଇକ୍

ଯାଜପୁର,ଏନ୍ଏନ୍ଏସ୍: ଜାତୀୟ ରାଜପଥ ଉପରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍ ଓ ବାଇକ୍। ଫଳରେ ବାଇକରେ ଯାଉଥିବା ଦମ୍ପତ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ୧୬ନଂ ଜାତୀୟ ରାଜପଥ ସରୋଇ ଛକ ନିକଟରେ। ଗୁରୁତର ଦମ୍ପତି ହେଲେ ଭଦ୍ରକ ବନ୍ତ ଅଞ୍ଚଳର ତାପସ ତରେଇ ଓ ଶୁଭଲକ୍ଷ୍ମୀ ନାୟକ। ଉଭୟ ଆଜି ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଫେରୁଥିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।