କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍, ୮ ମୃତ

ଲଖନଉ,ଏଜେନ୍ସି: ରାସ୍ତାକଡ଼ରେ ଛିଡ଼ା ହୋଇଥିବା କାର୍‌ ଉପରେ ବାଲି ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ କୌଶମ୍ବି ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

କାର‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବାବେଳେ ଏକ ବାଲି ବୋଝେଇ ଟ୍ରକ୍‌ କାର୍‌ ଉପରେ ଓଲଟି ପଡ଼ିଥିଲା। ଏହି ସମୟରେ କାର୍‌ ଭିତରେ ୧୦ଜଣ ଲୋକ ଥିଲେ। ସମସ୍ତେ ଏକ ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଏହି ଘଟଣାକୁ ନେଇ ୟୁପି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏହାସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଓ ମୃତକଙ୍କ ପରିବାରକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।