Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୂର୍ବତଟ ରେଳପଥର ୨୫ ଟ୍ରେନ୍ ଚଳାଚଳ ସମୟରେ ପରିବର୍ତ୍ତନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୂର୍ବତଟ ରେଳପଥର ୨୫ ଟ୍ରେନ୍ ଚଳାଚଳ ସମୟରେ ପରିବର୍ତ୍ତନ

ଭୁବନେଶ୍ବର,ଏନ୍ଏନ୍ଏସ୍: ୨୫ ଟ୍ରେନ୍ ଓ ୩ ଯୋଡା ବିଶେଷ ଟ୍ରେନର ଚଳାଚଳ ସମୟ ପରିବର୍ତ୍ତନ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଶନିବାର ପୂର୍ବାହ୍ନ ୯ଟା ୩୦ ମିନିଟ‌ରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ ଛାଡିବାକୁ ଥିବାବେଳେ ଏହା ସକାଳ ୭ଟା ୧୫ ମିନିଟ‌ରେ ଛାଡିବ। ‌ବୁଧବାର ଏବଂ ରବିବାର ପୂର୍ବାହ୍ନ ୯ଟା ୩୦ ମିନିଟ‌ରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଛାଡିବାକୁ ଥିବାବେଳେ ଏହା ପୂର୍ବାହ୍ନ ୧୧ଟା ୩୫ ମିନିଟ‌ରେ ଛାଡିବ। ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ରାତି ୧୧ଟା ୫ ମିନିଟ‌ରେ ଭୁବନେଶ୍ବର ଛାଡିବ।

କୋଣାର୍କ ଏକ୍ସପ୍ରେସ୍‌ ରାତି ୧୧ଟା ୧୫ ମିନିଟ‌ରେ ଭୁବନେଶ୍ବରରେ ପହଞ୍ଚିବ। ସିକନ୍ଦରାବାଦ-ଭୁବନେଶ୍ବର, ଗୁଆହାଟି- ସିକନ୍ଦରାବାଦ ଏବଂ ସିଲ୍‌ଦିହ-ପୁରୀ ବିଶେଷ ଟ୍ରେନ୍‌ର ଚଳାଚଳ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସିକନ୍ଦରାବାଦ-ଭୁବନେଶ୍ବର ବିଶାଖା ଏକ୍ସପ୍ରେସ ଡିସେମ୍ବର ୩ରେ ସିକନ୍ଦରାବାଦରୁ ଅପରାହ୍ଣ ୪ଟା ୫୦ ମିନିଟ‌ରେ ଛାଡି ରାତି ୩ଟା ୨୫ ମିନିଟ‌ରେ ଭୁବନେଶ୍ବରରେ ଆସି ପହଞ୍ଚିବ। ଫେରିବା ଦିଗରେ ଭୁବନେଶ୍ବରରୁ ସକାଳ ୮ଟା ୪୫ ମିନିଟ‌ରେ ଛାଡି ସିକନ୍ଦରାବାଦରେ ରାତି ୭ଟା ୩୦ ମିନିଟ‌ରେ ପହଞ୍ଚିବ।

ଗୁଆହାଟି-ସିକନ୍ଦରାବାଦ ପାର୍ବଣ ସ୍ବତନ୍ତ୍ର ଟ୍ରେନ୍ ଗୁଆହାଟିରୁ ଡିସେମ୍ବର ୩ରୁ ୩୧ ପର୍ଯ୍ୟନ୍ତ ପ୍ରତି ଗୁରୁବାର ସିକନ୍ଦରାବାଦ ଅଭିମୁଖେ ଛାଡିବ। ସିକନ୍ଦରାବାଦରୁ ଗୁଆହାଟି ଅଭିମୁଖେ ଡିସେମ୍ବର ୫ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ପ୍ରତି ଶନିବାର ଛାଡିବ। ସିଲ୍‌ଦିହ- ପୁରୀ ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍ ସିଲ୍‌ଦିହରୁ ପ୍ରତି ସୋମବାର ଏବଂ ଶୁକ୍ରବାର ରାତି ୮ଟାରେ ଛାଡି ପୁରୀରେ ଆସି ଅପରାହ୍ଣ ୩ଟା ୫୫ ମିନିଟ‌ରେ ଲାଗିବ। ଫେରିବା ଦିଗରେ ପ୍ରତି ମଙ୍ଗଳବାର ଏବଂ ଶନିବାର ପୁରୀରୁ ରାତି ୭ଟା ୨୦ ମିନିଟ‌ରେ ବାହାରି ସିଲଦିହରେ ଅପରାହ୍ଣ ୪ଟା ୫ ମିନିଟ‌ରେ ପହଞ୍ଚିବ।