ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଶାଳ ମଞ୍ଜି ବୋଝେଇ ଟ୍ରକ ଓଲଟି ପଡ଼ିଛି । କିନ୍ତୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ବାଲିଗୁଡ଼ା ଥାନା ବାରଖମା ଗ୍ରାମରୁ ଏକ ଟ୍ରକ ଶାଳ ମଞ୍ଜି ବୋଝେଇ କରି ବାଲିଗୁଡ଼ା ୫୯ନଂ. ଜାତୀୟ ରାଜପଥ ଦେଇ ରାୟପୁର ଅଭିମୁଖେ ଯାଉଥିଲା । ହେଲେ ବାଲିଗୁଡ଼ାରୁ ପ୍ରାୟ ୧୮ କିମି ଯିବା ପରେ ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ବୁଲାଣି ରାସ୍ତାରେ ଏକ ଗାଈ ରାସ୍ତା ଉପରକୁ ଆସିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇଥିଲା । ଭାଗ୍ୟବଶତଃ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବାବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ଜଣାପଡ଼ିଛି ।