ଜୟପୁର,ଏନ୍ଏନ୍ଏସ୍ : ବୋରିଗୁମ୍ମା ନବରଙ୍ଗପୁର ରୋଡ଼ ର ବିଏସନେଲ ଅଫିସ ନିକଟ (କୁନ୍ଦରୀଗୁଡା) ନିକଟରେ ଆଜି ପୂର୍ବାହ୍ନରେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁଘର୍ଟଣାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ଏକ ଚଉଦ ଚକିଆ ଆଇରନ୍ ବୋଝେଇ ଭାରୀଯାନ ଟ୍ରକ ଟି ବିପରୀତ ଦିଗରୁ ଆସୁଥିବା ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ମୃତ୍ୟୁ ବ୍ୟକ୍ତି ଜଣକ ନାମ ରାକେଶ ବିଶ୍ୱାଳ । ସେ ଇନ୍ଦ୍ରାବତୀ ଅଞ୍ଚଳରେ କ୍ଷେତ୍ର କର୍ମଚାରୀ ଭାବେ ଏକ (ଧାନ ବିହନ) କମ୍ପାନୀ ରେ କାମ କରୁଥିଲେ ଘଟଣାସ୍ଥଳରେ ଦମକଳ ବିଭାଗ ଏବଂ ପୋଲିସ ପହଞ୍ଚିଛି । ମୃତକ ରାକେଶଙ୍କ ଘର କଟକ ଜିଲ୍ଲାରେ ବୋଲି ସୂଚନା ମିଳିଛି । ଆଇରନ୍ ବୋଝେଇ ଟ୍ରକ୍ ଟି ବିଶାଖାପାଟଣାରୁ ରାୟପୁର ଯାଉଥିଲା। କିନ୍ତୁ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏମିତି ଥିଲା ଯେ ବାଇକ୍ ଆରୋହିଙ୍କ ଅଣ୍ଟା ଠାରୁ ଗୋଡ଼ ପର୍ୟ୍ୟନ୍ତ ସମସ୍ତ ଅଂଶ ବାହାରକୁ ବାହାରି ଆସିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ନବରଙ୍ଗପୁର ପୋଲିସ ନବରଙ୍ଗପୁର ଠାରେ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି।