ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

କ.ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ. ନୂଆ ଗାଁ ନିକଟରେ ମଙ୍ଗଳବାର ରାତିରେ ଏକ ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ ଡ୍ରାଇଭର ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ସୂଚନା ମୂତାବକ ଏକ ଟ୍ରକ୍ (ନଂ ଓଡି ୨୫ ଏ ୮୩୨୧) ଯୋଗାଣ ବିଭାଗର ଚାଉଳ ନେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ବୋଲଗଡ଼ ଯାଉଥିବାବେଳେ ରାତି ପ୍ରାୟ ୧୧ଟା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ପୁରୁଣା ନୂଆ ଗାଁ ନିକଟସ୍ଥ ଶିବ ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଡ୍ରାଇଭର ଆହତ ହୋଇଥିବା ବେଳେ ଗାଡିରେ ଥିବା ଚାଉଳବସ୍ତା ସବୁ ତଳେ ବିଛେଇ ହୋଇ ପଡିଯାଇଥିଲା। ତେବେ ଏହି ଚାଉଳକୁ ସଂଗ୍ରହ କରି କ.ନୂଆଗାଁ ଯୋଗାଣ ବିଭାଗ ଗୋଦାମରେ ରଖାଯାଇଥିବା ଜଣାପଡିଛି।