ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ ଲାୟନ୍ସ କ୍ଲବ୍ ଓ ଲିଓ କ୍ଲବ୍ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯାଇ ଆଜି ସହରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ତ୍ରିରଙ୍ଗା ଯାତ୍ରା ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ବ୍ରହ୍ମପୁରା ରଥଭଟା ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ, ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସହରର ବହୁ ସଂଗଠନ, ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଶତାଧିକ ଜନସାଧାରଣ ପ୍ରବଳ ବର୍ଷା ସତ୍ତ୍ବେ ହାତରେ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ।
ଆଜାଦି କା ଅମୃତ ମହୋତ୍ସବ ଦେଶ ପାଳନ କରୁଥିବାରୁ ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାର ବାର୍ତ୍ତା ଦେଇଥିଲେ। ଶେଷରେ ଲିଓ କ୍ଲବର ଉପସଭାପତି ମନୀଷ ଜୈନ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଲିଓ କ୍ଲବର ସଭାପତି ମହେଶ ଜୈନ, ସିନିୟର ସିଟିଜେନ ସଭାପତି ଘନଶ୍ୟାମ ମେହେର, ବଣିକ ସଂଘର ସଭାପତି ରାଜେଶ ମେହେର, ଅବସରପ୍ରାପ୍ତ କର୍ମଚାରୀ ସଂଘର ଗୋଲାପ ନାୟକ, ମାରୱାଡି ଯୁବମଞ୍ଚର ଶୁଭମ ଅଗ୍ରୱାଲ, କଳିଙ୍ଗ ବୈଶ ସମାଜର ସଂଯୁକ୍ତା ପାତ୍ର, ମାରୱାଡି ମହିଳା ଶାଖାର ଅନିତା ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ।