ପଶ୍ଚିମବଙ୍ଗ: ଥମିନି ବୀରଭୂମ ହିଂସା; ନଦିଆରେ ପଞ୍ଚାୟତ ସଦସ୍ୟଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା

ନଦିଆ,ଏଜେନ୍ସି: ପଶ୍ଚିମବଙ୍ଗରେ ହିଂସା ଘଟଣା ବଢ଼ି ଚାଲିଛି। ବୀରଭୂମରେ ୮ ଜଣଙ୍କୁ ଜୀଅନ୍ତା ଜାଳିବା ଘଟଣାକୁ ନେଇ ଦେଶ ସାରା ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ନଦିଆ ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ବୁଧବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟଣା ହୋଇଛି। ମୃତ ବ୍ୟକ୍ତି ତୃଣମୂଳ କଂଗ୍ରେସର ସ୍ଥାନୀୟ କର୍ମୀ ଥିଲେ। ସହଦେବଙ୍କ ପତ୍ନୀ ଅନୀମା ମଣ୍ଡଳ ୨ ନମ୍ବର ବଗୁଳା ଗ୍ରାମପଞ୍ଚାୟତର ସଦସ୍ୟ ଅଟନ୍ତି। ସ୍ଥାନୀୟ ଲୋକଙ୍କୁ ବୁଧବାର ରାତିରେ ଲହୁଲୁହାଣ ଅବସ୍ଥାରେ ସହଦେବଙ୍କ ମୃତଦେହ ମିଳିଥିଲା। ଆଖପାଖର ଲୋକେ ତାଙ୍କୁ ବଗୁଲାର ସ୍ୱାସ୍ଥ୍ୟ କେନ୍ଦ୍ରରେକୁ ନେଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଶକ୍ତିନଗର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସହଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ପଶ୍ଚିମବଙ୍ଗର ବୀରଭୂମରେ ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟା ପରେ ହିଂସା ବ୍ୟାପିଛି। ଅଭିଯୋଗ ହେଉଛି ଯେ, ଏଠାରେ ଉତ୍ତେଜିତ ଲୋକେ ପାଖାପାଖି ୧୨ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ଶିଶୁ ମଧ୍ୟ ଅଛନ୍ତି। ପୁଲିସ କହିବା ଅନୁସାରେ ତଦନ୍ତ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ୨୨ ଜଣ ଗିରଫ ହୋଇସାରିଛନ୍ତି। ଏହାରି ମଧ୍ୟରେ ଏକ ଲୋମହର୍ଷଣମୂଳକ କାହାଣୀ ସାମ୍ନାକୁ ଆସିଛି।