ଭାରତୀୟ ବଜାରରେ ଟ୍ରାଇଫୋ’ର ପ୍ରଥମ ରୋବଟ୍ ଭାକ୍ୟୁମ କ୍ଲିନର

ମୁମ୍ବାଇ,ଏଜେନ୍ସି: ସିଲିକନ ଭ୍ୟାଲିସ୍ଥିତ ଏଆଇ ହୋମ୍ ରୋବଟ୍ କମ୍ପାନୀ ଟ୍ରାଇଫୋ ପକ୍ଷରୁ ଭାରତରେ ପ୍ରଥମ ହୋମ୍ ସର୍ଭେଲାନ୍ସ ରୋବଟ କ୍ଲିନରର ଶୁଭାରମ୍ଭ କରାଯାଇଛି। ମାକ୍ସ ଓ ମାକ୍ସ ପେଟ୍ ନାମରେ ଏହାର ଦୁଇଟି ମଡେଲ୍ ଉପଲବ୍ଧ କରାଯାଇଥିଲା ବେଳେ ଏଥିରେ ଶକ୍ତିଶାଳୀ ସକ୍ସନ କ୍ଷମତା ରହିଛି। ଉଭୟ ମଡେଲରେ ଝାଡୁ ଏବଂ ଚଟାଣ ପୋଛା କରିବା ମଧ୍ୟ ସମ୍ଭବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥିରେ ପ୍ୟାଟେଣ୍ଟଯୁକ୍ତ ଟିଆଇଆରଭିଏସ୍ (ଟ୍ରାଇଫୋ ଇଣ୍ଟେଲିଜେଣ୍ଟ ରୋବୋଟିକ୍ସ ଭିଜନ ସିଷ୍ଟମ) ବୈଷୟିକ ବିଦ୍ୟାର ପ୍ରୟୋଗ ସହିତ ଟ୍ରାଇଫୋ ମାକ୍ସ ସିରିଜରେ ସ୍ମାର୍ଟ ଲର୍ଣ୍ଣିଂ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଥିବା କୁହାଯାଇଛି। ଏହାର ଆଧୁନିକ ଏଆଇ-ପାୱାରଯୁକ୍ତ ସର୍ଭେଲାନ୍ସ ସିଷ୍ଟମ ବିଭିନ୍ନ ରୁମର ମ୍ୟାପିଂ କରିବା ସହିତ ଏହାକୁ ଉତ୍ତମ ଢଙ୍ଗରେ ପରିଷ୍କାର କରିଥାଏ ବୋଲି କମ୍ପାନୀର ସିଇଓ
ଝେ ଝାଙ୍ଗ କହିଛନ୍ତି।