ସଇଁନ୍ତଲା,ଏନ୍ଏନ୍ଏସ୍: ସାରା ଦେଶରେ ଆଜି ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉ ଥିବାବେଳେ ସଇଁନ୍ତଲା ବ୍ଲକରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଆଦିବାସୀମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ନାଚ ଗୀତରେ ମସଗୁଲ ହୋଇ ମା’ ଚଣ୍ଡୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପ୍ରେମ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ପାରମ୍ପାରିକ ଅସ୍ତ୍ର ଧରି ନାଚିବା ସହ ବେଶ ଉତ୍ସାହିତ ମଧ୍ୟ ଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ବେଦବ୍ୟାସ ଭୋଇ ଓ ସମ୍ମାନିତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ଘୁନସର ମାଝୀ, ପ୍ରଗଣା ସଭାପତି ଲେକୃ ସିଂ ମାଝୀ, ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଜାନୀ, ସୁରେନ୍ଦ୍ର ଭୋଇ, ହୀରାଲାଲ ମାଝୀ, ରାଜେନ୍ଦ୍ର ଭୋଇ, ଶଙ୍କର ମାଝୀ, ସଂକୁଳ ମାଝୀ, ଗୁଣନିଧି ମହାଲିଙ୍ଗ, ଚନ୍ଦୁ ଲାଲ ଭୋଇ, ଧୂବଳେ କହଁର, ସିଦ୍ଧେଶ୍ୱର ମାଝୀ ଓ ବୈକୁଣ୍ଠ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଆଦିବାସୀଙ୍କ ଭାଇଚାରା ସବୁବେଳେ ରହି ଆସିଛି କିନ୍ତୁ ରାଜ୍ୟ ସରକାର ଆଦିବାସୀଙ୍କୁ ଅଣଦେଖା କରୁଥିବାରୁ ଆଜି ବି ଆଦିବାସୀମାନେ ଅବହେଳିତ ଅବସ୍ଥାରେ ରହିଥିବା ଅତିଥିମାନେ ମତ ଦେଇଥିଲେ । ପ୍ରସନ୍ନ ଭୋଇଙ୍କ ସଭା ପରିଚାଳନାରେ ଶତାଧିକ ମହିଳା ଓ ପୁରୁଷ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।