ଆଇଆଇସିଙ୍କ ବଦଳି ଦାବିରେ ରଣପୁର ଥାନା ଘେରିଲେ ମହିଳା ଜିଲ୍ଲା By Nitidin On Mar 9, 2020 Share ନୟାଗଡ଼,ଏନ୍ଏନ୍ଏସ୍: ରବିବାର ଦେଶ ସାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ନାରୀ ସୁରକ୍ଷା ଓ ଅଧିକାର ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମାତ୍ର ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ସୋମବାର ଦିନ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି। ଜଣେ ବୋହୂକୁ ଶାଶୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମାରପିଟ କରୁଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଗ୍ରାମର ମହିଳାମାନେ ସକାଳ ୧୦ଟାରୁ ରଣପୁର ଥାନା ଘେରାଉ କରିଛନ୍ତି। ଏ ନେଇ ପୁଲିସକୁ ବାରମ୍ବାର ଜଣାଇ ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଏଭଳି ଘେରାଉ କରାଯାଇଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ରଣପୁର ନିକଟସ୍ଥ ରଘୁନାଥପୁର ଗ୍ରାମର ଅଜୟ ବିଶ୍ୱାଳ, ପିତା- କେଳୁ ଚରଣ ବିଶ୍ୱାଳ, ମାତା – ଶାନ୍ତିଲତା ବିଶ୍ୱାଳ ନିରାକାରପୁର ଥାନା ନିକଟସ୍ଥ ସାମନ୍ତରାପୁର ଗ୍ରାମର ଭାଗିରଥି ସାମନ୍ତରାୟଙ୍କ ଝିଅ ଟିକିନା ବିଶ୍ୱାଳଙ୍କୁ ୪ବର୍ଷେ ତଳେ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ ଟିକିନାଙ୍କୁ ଶାଶୁ ଘରେ ଯୌତୁକ ପାଇଁ ଅଧିକାଂଶ ସମୟରେ ମାଡ଼ ଗାଳି ଦିଆ ଯାଉଥିଲା। ଏପରିକି ଶାଶୁ ଶାନ୍ତିଲତା ବୋହୂ ଟିକିନାଙ୍କୁ ଅଧିକ ଯୌତୁକ ପାଇଁ ବାଡା ବାଡ଼ି କରି ଘରେ ପୁରାଇ ମଧ୍ୟ ଦିଅନ୍ତି ନାହିଁ ବୋଲି ଅଭିଯୋଗ କରାଯାଇଛି। ଆଜି ସୋମବାର ସକାଳୁ ବୋହୂ ଟିକିନାକୁ ଶାଶୁ ଠେଙ୍ଗାରେ ପିଟୁ ଥିବାର ଦେଖି ଗ୍ରାମର ମହିଳାମାନେ ଟିକିନାକୁ ସେଠାରୁ ଉଦ୍ଧାର କରି ସାଙ୍ଗରେ ରଣପୁର ଥାନାକୁ ଆଣି ଆସିଥିଲେ। ଏ ନେଇ ଥାନାରେ ଆଗରୁ ଅଭିଯୋଗ କରା ଯାଇଥିଲେ ମଧ୍ୟ ଥାନା ଦ୍ୱାରା କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆ ଯାଇନାହିଁ। ଯାହା ଫଳରେ ଗ୍ରାମର ମହିଳାମାନେ ଆଜି ନ୍ୟାୟ ଦାବିରେ ଥାନା ଘେରାଉ କରି ବସିଥିବା ବେଳେ ଥାନା ଅଧିକାରୀଙ୍କ ବଦଳି ଦାବି କରିଛନ୍ତି। Share