ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର, ବର୍ତ୍ତିଲେ ୬ ମତ୍ସ୍ୟଜୀବୀ

ପାରାଦୀପ,ଏନ୍ଏନ୍ଏସ୍: ପାରାଦୀପରେ ମଙ୍ଗଳବାର ଭୋରରେ ବ୍ଲାକରୋଜ ନାମକ ଏକ ଜାହାଜରେ ପିଟି ହୋଇ ଏକ ଟ୍ରଲର ବୁଡ଼ିଯାଇଥିବା ଜଣାଯାଇଛି। ଏହି ସମୟରେ ଟ୍ରଲରରେ ଥିବା ୬ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମତ୍ସ୍ୟଜୀବୀମାନେ ବୁଡ଼ିଯାଉଥିବାବେଳେ ଅନ୍ୟ ଏକ ଟ୍ରଲରର ପହଞ୍ଚି ମତ୍ସ୍ୟଜୀବୀମାନଙ୍କୁ ସେଠାରୁ ଉଦ୍ଧାର କରିଥିଲା। ୬ ଜଣ ମତ୍ସ୍ୟଜୀବୀ ମାଛ ମାରି ନେହେରୁ ବଙ୍ଗଳା ଫେରୁଥିବାବେଳେ ପୂର୍ବରୁ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜ ସହିତ ସେମାନଙ୍କ ଟ୍ରଲର ଜାହଜରେ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ରେ ପାରଦୀପ ବନ୍ଦରରୁ ପଣ୍ୟ ନେଇ ଯାଉଥିବା ବ୍ଲାକରୋଜ ଜାହାଜଟି ଉପକୂଳଠାରୁ କିଛି ଦୂରରେ ବୁଡ଼ିଯାଇଥିଲା। ଆଜି ପର୍ୟ୍ୟନ୍ତ ଜାହାଜ ସେହି ସ୍ଥାନରେ ବୁଡ଼ି ରହିଛି। ଫଳରେ ଏହା ଅନେକ ସମୟରେ ମାଛ ଧରା ଟ୍ରଲରଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଛି।