ଜୁନ୍ ୧ରୁ ପୁରୀରେ ଗଡିବନି ରେଳ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ଓ ସ୍ନାନପୂର୍ଣ୍ଣିମାରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଜନଗହଳିକୁ ଏଡାଇବା ପାଇଁ ପୁରୀକୁ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ଏ ନେଇ ରାଜ୍ୟ ସରକାର ରେଲୱେ ସହ ଆଲୋଚନା କରି ନିଷ୍ପତ୍ତି କରିଛନ୍ତି। ତେବେ ପରବର୍ତ୍ତୀ ସୂଚନା ଆସିବା ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ଜୁନ୍ ୧ରୁ ପୁରୀ ଯିବା/ଆସିବକୁ ଥିବା ଟ୍ରେନ ଭୁବନେଶ୍ୱର ପର୍ଯ୍ୟନ୍ତ ଯିବ। ତେବେ ଜୁନ୍-୧ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍ ଓ ସିଅଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ୍ ଭୁବନେଶ୍ୱର ପର୍ଯ୍ୟନ୍ତ ଯିବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।