ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଧାମରା ରେଳପଥ ପାଳିଆଜିଝାପୁରରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି। ସୂଚନା ଅନୁସାରେ ସୋମବାର ସକାଳ ପ୍ରାୟ ୬ଟାରେ ଏକ କୋଇଲା ବୋଝେଇ ଟ୍ରେନଟି ଧାମରରୁ ଭଦ୍ରକ ଅଭିମୁଖେ ଯାଉଥିବାବେଳେ କୌଣସି କାରଣରୁ ଟ୍ରେନଟି ଲାଇନଚ୍ୟୁତହୋଇଥିଲା। ଏହି ସମୟରେ ଟ୍ରାକରୁ ୭ଟି ବଗି ଖସିଯାଇଥିବାବେଳେ ଦୁଇଟି ବଗି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଏପରିକି ବଗିରୁ ଚକା ମଧ୍ୟ ବାହାରି ପଡ଼ିଛି।

