ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଲରିକେତା ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ରାସ୍ତା ତଳକୁ ଖସି ଯାଇଥିବା ଜଣାପଡ଼ିଛି । ଭାଗ୍ୟବଶତଃ ଡ୍ରାଇଭର ଜଣକ ବର୍ତ୍ତି ଯାଇଛନ୍ତି । ଡ୍ରାଇଭର ଜଣକ ଦ୍ରୁତ ଗତିରେ ଟ୍ରାକ୍ଟର ଚଲାଉଥିବାରୁ ଏହା ଭାରସାମ୍ୟ ହରାଇ ଘାଟିର ରାସ୍ତା କଡ଼କୁ ଖସିଯାଇଥିଲା । ଖବର ପାଇ ଦାରିଙ୍ଗବାଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।