ସମୁଦ୍ରରେ ଭାସିଯାଉଥିବା ପର୍ଯ୍ୟଟକ ଉଦ୍ଧାର

କୋଣାର୍କ,ଏନ୍ଏନ୍ଏସ୍: ଚନ୍ଦ୍ରଭାଗାରେ ଜଣେ ମହିଳା ପାଣିରେ ଭାସି ଯାଉଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ସେ ଗାଧୋଇବାକୁ ସମୁଦ୍ରକୁ ଯାଇଥିଲେ। ଏହି ସମୟରେ ଜଣେ ଫଟୋଗ୍ରାଫର ତାଙ୍କୁ ପାଣି ଭିତରେ ପଶି ଉଦ୍ଧାର କରିଛନ୍ତି। ପରେ ତାଙ୍କୁ କୋଣାର୍କ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ତେବେ ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଆନ୍ଧ୍ରପ୍ରଦେଶର କାକିନଡା ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ତାଙ୍କ ସମ୍ପର୍କୀୟଙ୍କ ସହ କୋଣାର୍କ ବୁଲିବାକୁ ଆସିଥିବାବେଳେ ଚନ୍ଦ୍ରଭାଗାରେ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ବେଳେ ମହିଳା ଜଣଙ୍କ ସମୁଦ୍ର ଭିତରକୁ ଭାସିଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫର ତାଙ୍କୁ ଭାସି ଯାଉଥିବା ଦେଖି ପାଣିରେ ପଶି ଉଦ୍ଧାର କରିଥିଲେ।