ଓଟିଡିସିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ୱାନ

ଭୁବନେଶ୍ବର,ଏନ୍ଏନ୍ଏସ୍: ପାନ୍ଥନିବାସରେ ଆୟୋଜିତ ହୋଇଯାଇଛି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୩ ତମ ପ୍ରତିଷ୍ଠା ଦିବସ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗ ଦେଇ ନିଗମ ସ୍ଥାପନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହ ଓଟିଡିସିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପର୍ଯ୍ୟଟନ ମନ୍ତ୍ରୀ ଆହ୍ୱାନ କରିଥିଲେ ।

ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଯେ,”୧୯୭୯ ମସିହାରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସ୍ଥାପିତ ହୋଇଥିଲା । ନିଗମ ସ୍ଥାପନର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟରେ ଉନ୍ନତି ସାଙ୍ଗକୁ ବିଭିନ୍ନ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ନିଗମ କାର୍ଯ୍ୟ ଅବ୍ୟାହତ ରଖିଛି । ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍ ଆତିଥେୟତା ପ୍ରଦାନ କରିବା ଆମର ଲକ୍ଷ୍ୟ । ପର୍ଯ୍ୟଟକଙ୍କୁ ଆନୁଷଙ୍ଗିକ ସୁବିଧା ପ୍ରଦାନ ପୂର୍ବକ ଓଟିଡିସିକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ବାନ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ” ।